ଜିଓ ଏବେ ନିଜର ଏକ ଦମଦାର୍ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ଗତ କିଛି ଦିନ ହେବ ଏହି ପ୍ଲାନ୍ ବିଷୟରେ ଜଣାଇ ଥିଲା ଯାହାକୁ ଏବେ ଲଞ୍ଚ କରିଛି।
କମ୍ପାନୀ ୨ଟି ପ୍ଲାନକୁ ଲଞ୍ଚ କରିଛି। ଯାହା ଜିଓ ସିନେମା ପାଇଁ।
ଜିଓ ସିନେମା ପାଇଁ କମ୍ପାନୀ ଏବେ ୨୯ ଟଙ୍କା ଓ ୮୯ ଟଙ୍କାର ଏକ ପ୍ଲାନ ଲଞ୍ଚ କରିଛି। ଉଭୟ ପ୍ଲାନ୍ ଏକ ମାସର ପର୍ଯ୍ୟନ୍ତ ରହିଛି।
ସର୍ବପ୍ରଥମେ ୨୯ ଟଙ୍କାର ରିଚାର୍ଜ ପ୍ଲାନ୍ ବିଷୟରେ ଜାଣନ୍ତୁ..
ଏହାକୁ ଉପଭୋକ୍ତା ଗୋଟିଏ ଡିଭାଇସରେ ବ୍ୟବହାର କରି ପାରିବେ। ଅର୍ଥାତ ଗୋଟିଏ ଡିଭାଇସରେ ଏକ୍ସେସ୍ କରାଯାଇ ପାରିବ। ଏଥିରେ ୪କେ ରିଜୋଲୁସନର ଆଡ୍ ଫ୍ରି ଏଣ୍ଟରଟେନମେଣ୍ଟ ମିଳିବ।
ଏହି ପ୍ଲାନରେ ଉପଭୋକ୍ତାଙ୍କୁ ଟିଭିରେ କଣ୍ଟେଟର ଏକ୍ସେସ୍ ଓ ଅନଲାଇନର କିଛି ଫିଚର୍ ମିଳିବ। ଜିଓ ସିନେମାରେ ଅନେକ କଣ୍ଟେଟ ରହିଛି, ଯାହାକୁ ବର୍ତ୍ତମାନ ଆପଣ ଦେଖିପାରିବେ।
ସେହିପରି ୮୯ ଟଙ୍କାର ପ୍ଲାନ ଅନୁଯାୟୀ, ଏହା ମଧ୍ୟ ଏକ ମାସ ପାଇଁ। ଏହି ପ୍ଲାନରେ ଆପଣଙ୍କୁ ୪ ଡିଭାଇସରେ ଜିଓ ସିନେମାର ଏକ୍ସେସ୍ ମିଳିବ।
ଜିଓ ସିନେମାରେ ଆପଣ ଏଚବିଓ ମାକ୍ସ ସହ ଅନ୍ୟ କଣ୍ଟେଟ ମିଳିବ। ଏହାସହ ଅନେକ ସିନେମାର ପ୍ରିମିୟମ ଏକ୍ସେସ୍ ସହ ଦେଖି ପାରିବେ। କମ୍ପାନୀ ପ୍ରିମିୟମ ପ୍ଲାନ ପରେ ମଧ୍ୟ ଜିଓ ସିନେମାରେ ଆଇପିଏଲ୍ କୁ ମାଗଣାରେ ଦେଖିପାରିବେ। ମାତ୍ର ଏଥିରେ ବିଜ୍ଞାପନ ରହିବ। ଜିଓର ଏହି ପ୍ଲାନରେ ଉପଭୋକ୍ତାଙ୍କୁ ଅତିରିକ୍ତ ଲାଭ ମିଳି ପାରିବ ନାହିଁ।