ରାଜ୍ୟରେ ମଇଦାନକୁ ଓହ୍ଲାଇଲେଣି ପ୍ରମୁଖ ତିନ ଦଳ। ତେବେ ଆଉ ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଲୋକ ସଭା ବିଧାନସଭାରେ ହେଭିଓ୍ବେଟଙ୍କୁ ଟିକେଟ୍ ଦେଇଛି ବିଜେଡି। ସେଥିରେ ପଛରେ ପଡିନି ଭାଜପା ଓ କଂଗ୍ରେସ। ପୂର୍ବ, ଉତ୍ତର , ଦକ୍ଷିଣ ସମେତ ପଶ୍ଚିମ ଓଡିଶାରେ ନିଜର ଦବଦବା ବଜାୟ ରଖିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦୁଇଟି ଆସନରୁ ଲଢୁଛନ୍ତି। ଗୋଟିଏ ଗଞ୍ଜାମର ହିଞ୍ଜିଳି ହୋଇଥିବାବେଳେ ଅନ୍ୟଟି ବଲାଙ୍ଗୀରର କଣ୍ଟାବାଞ୍ଜି।